ଜଳାଶ୍ରୟରୁ ଆର୍ଦ୍ରା, ବାଲୁକା ଆଣି ତହିଁରେ ଶକ୍ତି ସହିତ ଶିବଲିଙ୍ଗ ପ୍ରସ୍ତୁତ କରି ସଂକଳ୍ପ କରିବ । ଯଥା- ଦେଶକାଳ ବାକ୍ୟାନନ୍ତର ମମ ଇହଜନ୍ମାନି ବାଞ୍ଛିତାର୍ଥ ଫଳପ୍ରାପ୍ତି ପୂର୍ବକ ଶିବଲୋକ ପ୍ରାପ୍ତ୍ୟର୍ଥଂ ଉମାମହେଶ୍ୱର ପୂଜାକର୍ମ ପୂର୍ବକ ତୀଜବ୍ରତ କଥା ଶ୍ରବଣହଂ କୁର୍ବୀୟ । ତତଃ ଆଚାର୍ଯ୍ୟବରଣଂ । ଅନ୍ୟପାର ପୂଜାମନ୍ତ୍ର । ଯଥା ଶିବାୟୈ ସର୍ବମଲ୍ୟୈ ସଦତଃ ନମଃ । ଶିବେ ସର୍ବ ପ୍ରଦାକ୍ରଂତ୍ୱଂ ଶିବରୂପେ ନମୋ ନମଃ । ଇତି ମନ୍ତ୍ରେଣ ପଞ୍ଚୋପଚାରୈଃ ପ୍ରଜାୟତେ ପାପଽହଂ ପାପକର୍ମାହଂ । ଇତି । ନମସ୍କାରଃ ।
ମନ୍ଦାରମାଳା ଶୋଭିତା କେଶପାଶ ଯାର ।
କପାଳେମାଳ ଶୋଭିତ ଜଟିଳଶେଖର ॥
ବିଦ୍ୟାଧରେ ଶୋଭିତ ଦିଗମ୍ବରେ ପରସ୍ପର ।
ନତ ଶିରେ ପ୍ରଣମାଇ ଉମା ମହେଶ୍ୱର ॥
କୈଳାସରେ ଶସ୍ୟ ଶୃଙ୍ଗେ ହରଷେ ଗଉରୀ ।
ପଚାରନ୍ତି ଗୁପ୍ତପୁଣ୍ୟ କହ ତ୍ରିପୁରାରି ॥
ହେ ନାଥ ପ୍ରସନ୍ନ ଯେବେ ସତ୍ୟ ମୋତେ କହ ।
ଶୁଣି ଦୂର ହେଉ ମୋର ମନରୁ ସନ୍ଦେହ ॥
ପୂର୍ବ ଜନ୍ମେ ଦାନ କିବା ତପ କରିଥିଲି ।
ଭର୍ତ୍ତାରୂପେ ଆପଣଙ୍କୁ ଏ ଜନ୍ମେ ପାଇଲି ॥
ଈଶ୍ୱର କହନ୍ତି ପ୍ରିୟେ ଶୁଣ ଦେଇ ମନ ।
କହୁଛି ଉତ୍ତମ ବ୍ରତ ମୋର ଗୁପ୍ତଧନ ॥
ନକ୍ଷତ୍ର ଗଣରେ ଚନ୍ଦ୍ର ଉତ୍କୃଷ୍ଟ ଯେସନ ।
ଗ୍ରହଗଣ ରବି ବର୍ଣ୍ଣମାନଙ୍କେ ବ୍ରାହ୍ମଣ ॥
ଦେବତାମାନଙ୍କ ମଧ୍ୟେ ବିଷ୍ଣୁ ଯଥା ହେଜ ।
ନଦୀରେ ଗଙ୍ଗା ପୁରାଣେ ଭାରତ ସହଜ ॥
ଚାରିବେଦ ସାମ ଯଥା ଇନ୍ଦ୍ରିୟରେ ମନ ।
ଉତ୍କୃଷ୍ଟ ବୋଲି ଶାସ୍ତ୍ରରେ ଅଛି ନିରୂପଣ ॥
ପୁରାତନ ଧର୍ମ ସାର ଆଗମେ କଥିତ ।
ସର୍ବଶ୍ରେଷ୍ଠ ବୋଲି ଖ୍ୟାତ କଥା ଏହୁ ବ୍ରତ ॥
ଏହି ଶୁଭବ୍ରତ ପ୍ରିୟେ ଏକମାତ୍ର ଶୁଣ ।
ଯାହାର ପ୍ରଭାବେ ଟଳିଗଲା ମୋ ଆସନ ॥
ପୂର୍ବକାଳେ ହିମାଳୟେ ଦେଖିଅଛି ଯାହା ।
ବିସ୍ତାରି କହିବି ତୁମ୍ଭ ଆଗେ ଏବେ ତାହା ॥
ଭାଦ୍ରବ ମାସରେ ଶୁକ୍ଳପକ୍ଷ ତୃତୀୟାରେ ।
କରିବ ଏ ବ୍ରତ ଯୁକ୍ତ ହସ୍ତା ନକ୍ଷତ୍ରରେ ॥
ଅନୁଷ୍ଠାନ ମାତ୍ରେ ବ୍ରତ ସର୍ବପ୍ରାପ୍ତ ମୁକ୍ତ ।
କରିଥିଲି ଅଜ୍ଞାତରେ ବାଲ୍ୟେ ଏହି ବ୍ରତ ॥
ସେ ସବୁ ଆମ୍ଭ ଆଗରେ କହିବି ଗୋ ପ୍ରିୟେ ।
ନିଜେ ଯାତ୍ରା ଦେଖିଅଛି ପୂର୍ବେ ହିମାଳୟେ ॥
ଶୁଣି ପାର୍ବତୀ ବୋଲନ୍ତି ଆହେ ପ୍ରାଣନାଥ ।
କିପରି ମୁଁ ପୂର୍ବେ କରିଥିଲି ଏହି ବ୍ରତ ।
ଶୁଣିବାକୁ ଇଚ୍ଛା ମୋର ହୁଏ ପ୍ରାଣେଶ୍ୱର !
ବୁଝାଇ କହ ହେ ତୁଟୁ ସନ୍ଦେହ ମନର ॥
ଈଶ୍ୱର କହନ୍ତି ଦେବୀ ଶୁଣ ଦେଇ ମନ ।
ନଥିଲା ପର୍ବତ ଉତ୍ତମ ନାମ ହିମବାନ ॥
ସିଂହବ୍ୟାଘ୍ର ଗଜଯୁଥ ତହୁଁ ବିହରନ୍ତି ।
ବୃକ୍ଷଲତାରେ ମଣ୍ଡିତ ଯହୁଁ ବହୁ ମୃଗପତି ॥
ନାନାବର୍ଣ୍ଣ ରଙ୍ଗରେ ବିଚିତ୍ରମୂରତି ॥
ମଧୁବନେ ବୁଲନ୍ତି ଯହିଁ ପକ୍ଷୀପନ୍ତି ॥
ଦେବତା ଗନ୍ଧର୍ବ ସିଦ୍ଧଚାରଣ ଗୁଣ୍ୟେକେ ।
ମହାନନ୍ଦେ ବିହରନ୍ତି ଗନ୍ଧର୍ବ ଗାୟକେ ।
ସ୍ପଟିକ କାଞ୍ଚନ ବଇଦୁର୍ଯ୍ୟ ମଣିମୟ ।
ଶୃଙ୍ଗେ ଶୋଭିତ ଆକାଶ ବ୍ୟାପୀ ବୃକ୍ଷଚୟ ।
ଯହିଁ ଦେଖି ହିମାଚଳ, ତୃଷାରେ ପୁରିତ ।
ଗଙ୍ଗାଜଳ ପ୍ରବାହେ ଯେ ହୋଇଛି ଚିତ୍ରିତ ॥
ରତ ସଦା ସୁରନାରୀ ନୃତ୍ୟ ସଙ୍ଗୀତରେ ।
ବାଲ୍ୟ ଆରମ୍ଭିଲେ ବ୍ରତ ସେତୁ ପର୍ବତରେ ।
ଅଧ ମୁଖେ ବାରବର୍ଣ୍ଣ ଗଲା ଧୂମ୍ର ପାନେ ।
ଚଉଷଠି ବର୍ଷ ବ୍ରତ ପଦ୍ମପତ୍ରର ଆସନେ ।
କଠୋର ନିୟମେ କଷ୍ଟ ଦେଖି ତବ ତାତ, ମନେ ମନେ
ଚିନ୍ତାକରି ହୋଇଲେ ଦୁଃଖିତ ॥
କାହାକୁ ଏକନ୍ୟା ଦେବୀ ଚିନ୍ତା କଲେ ବସି ।
ଆସି ଉପସ୍ଥିତ ହେଲେ ନାରଦ ମହର୍ଷି ॥
ଅର୍ଘ୍ୟାଦି ଦେଇଣ ତାଙ୍କୁ ପୂଜି ହିମାଳୟ ।
ଭକ୍ତିଭରେ ପଚାରିଲେ ପ୍ରକାଶି ବିଜୟ ।
ଆସିବା କାରଣ କହହେ ମୁନିପୁଙ୍ଗବ ।
ଭାଗ୍ୟବଶେ ଗଢ଼ିଅଛ ମଦୀୟ ଗୌରବ ॥
ଭାଷିଲେ ନାରଦ ଶୁଣ ନାଗକୁଳ ସାଇଁ ।
ପଠାଇଲେ ବିଷ୍ଣୁ ମୋତେ ତବ କନ୍ୟା ପାଇଁ |
କନ୍ୟା ଦାନକର ଯୋଗ୍ୟପାତ୍ର ବାସୁଦେବ ।
ତାଙ୍କସରି ନାହିଁ ଶିବ ବ୍ରହ୍ମା ଆଦିଦେବ ।
ଅନୁରୂପ ବରେ ହେଉ କନ୍ୟା ରତ୍ନଦାନ ।
ମୋ ମତରେ ଏଥିପାଇଁ ଚିନ୍ତାର କାରଣ ॥
ହିମାଳୟ କହନ୍ତି ହେ ଦେବ ଋଷିବର ।
ତେବେ ପ୍ରାର୍ଥୀ ହେଲେ ବିଷ୍ଣୁ ସମ୍ମତି ଆମ୍ଭର ।
କନ୍ୟା ଦେବି ସତକଲି ନୋହିବ ସେ ଆନ ।
ଯହିଁରେ ମଧ୍ୟସ୍ଥ ହୋଇ ଆସିଛ ଆପଣ ॥
ଶୁଣି ହର୍ଷେ ମୁନି ବିଷ୍ଣୁ ନିକେତନ ଗଲେ ।
ନତଶିରେ ଶଙ୍ଖଚକ୍ର ଧରେ ପ୍ରଣମିଲେ ॥
କରଯୋଡ଼ି ନିବେଦନ କଲେ ଋଷିବର ।
ବିବାହର ଆୟୋଜନ କର ଦାମୋଦର ॥
ଯୋଗୀନ୍ଦ୍ର ନାରଦ ଏକା କରି ନିବେଦନ ।
ପ୍ରଣମି ପ୍ରୟାଣ କଲେ ସ୍ୱକୀୟ ଭଜନ ।
ବିସଜ ନାରଦେ ଅବା ପିତା ହିମବାନ ।
ପ୍ରକାଶି କହିଲେ ଯାଇ ତୋର ସନ୍ନିଧାନ ॥
ଗରୁଡ଼ ଧ୍ୱଜେ ତୁମ୍ଭଙ୍କୁ ମୁଁ କରିବି ଦାନ ।
ବତ୍ସେ ଅଙ୍ଗିକାର କଲି ନୋହିବ ଯେ ଆନ ॥
ଜନକ ସହିତେ ହେଲେ ଯଦି ଏକମତି ।
ପାର୍ବତୀ ଦୁଃଖିତ ଶୁଣି ଏସନ ଭାରତୀ ॥
ଦୁଃଖଭରେ ସନ୍ତାପରେ ବସିବାର ଦେଖି ।
ଏକାନ୍ତରେ ବସି ପଚାରିଲେ ପ୍ରିୟସଖୀ ॥
କାହିଁକି ଗୋ ମନେ ଦୁଃଖ କହ ମୋ ଆଗରେ ।
ଉପାୟେ ଭଲ କରିବି ସଂଶୟ ନକରେ ॥
ପାର୍ବତୀ ବୋଇଲେ ସଖୀ ଶୁଣ ମୋ ବଚନ ।
ଶିବଙ୍କୁ ଭତ୍ତା ବରିଥିଲେ ମୋର ମନ ॥
ସତେ ସଖୀ ଭାବିଥିଲି ମନେ ଏହି କଥା ।
ଜାଣିଲି କହିଲେ ପିତା କରିବେ ଅନ୍ୟଥା ॥
ପିତୃ ସତ୍ୟ ବାଣୀ ଶୁଣି ନଦିଏ ଉପାୟ ।
ତେଣୁ ଦେହ ଛାଡ଼ିବାକୁ କଲିଣି ନିଶ୍ଚୟ ॥
ଶୁଣି ପାର୍ବତୀଙ୍କ ବାଣୀ ସଖୀ କହେ ବୋଧି ।
ପିତାଙ୍କ ଅଜ୍ଞାତେ ମହାରଣ୍ୟେ ଯିବି ବୋଧି ॥
ଶଙ୍କର କହନ୍ତି ସଖୀ ଫେରାଇ ତୋ ମତି ।
ଘେନିଗଲା ଘୋର ବନେ ତୁମ୍ଭଙ୍କୁ ସେ ରାତି ॥
ଏ ସମୟେ ପିତା ତୋତେ ନ ଦେଖି ମନ୍ଦିରେ ।
ଖୋଜିଲେ ନଗରେ ଯାଇ ପଶି ଘରେ ଘରେ ॥
ନଦେଖି ଆକୁଳ ମନେକରି ନାନା ଶଙ୍କା ।
ସୁର ଦାନବ କିନ୍ନରେ କି ନେଲା କନ୍ୟକା ॥
ମୁନି ଆଗେ ସତ୍ୟକଲି ଦେବି ବାସୁଦେବେ ।
ମିଥ୍ୟାବାଦୀ ହେଲେ ଲୋକେ ମତେ କି ବୋଲିବେ ।
ଚିନ୍ତାଭରେ ମୂର୍ଚ୍ଛା ହୋଇ ପଡ଼ିଲେ ଭୂତଳେ ।
ଦେଖି ହାହାକାରେ ଲୋକେ ସେଠାରୁ ଧାଇଁଲେ ॥
ଦୁଃଖଭରେ ଆଗେ ଯାଇ ପଚାରିଲେ ଜନ ।
ଶୋକେ ମୋହ କାହିଁପାଇଁ କହ ହେ ରାଜନ ॥
ସନ୍ତାପରେ ହିମାଳୟେ କଲେକ ଉତ୍ତର ।
ନ ଜାଣିଲି କନ୍ୟାରତ୍ନ କେ ନେଲା ମୋହର ॥
ଧ୍ୱଂସିଲାକି ସର୍ପ ସିଂହ ବ୍ୟାଘ୍ର କି ଖାଇଲା ।
ଗୁପତେ କନ୍ୟାକୁ କେହି ଦୁଷ୍ଟ ବା ମାଇଲା ॥
କହୁ କହୁ ଶୋକଭରେ ପଡ଼ିଲେ, ସେ ଢ଼ଳି ।
ବତାସ ପବନେ ଯଥା ଉପୁଡ଼େ କଦଳୀ ॥
ନିର୍ଜନ ଭୟ ବକୁଳ ବନେ ନରସିଂହ ।
ବ୍ୟାଘ୍ର, ଶୃଗାଳାଦି ଯହିଁ ତହିଁ ପଲ ପଲ ।
ଗଜ ମୃଗ ପକ୍ଷ ସମାକୁଳ ମହାବନେ ।
ସଖି ସଙ୍ଗେ ଯାଉ ନଦୀ ପଡ଼ିଲା ଦୟନେ ॥
ନିରାହାରେ ରମ୍ୟତୀରେ ବସି ସେହି ରାତି ।
ବାଲିରେ ରବି ପୂଜିଲା ଶଙ୍କର ପାର୍ବତୀ ।
ଭାଦ୍ରବ ଶୁକ୍ଳ ତୃତୀୟା ହସ୍ତା ନକ୍ଷତ୍ରରେ ।
ଗୀତ ବାଦ୍ୟ ଭଜ ରାଗକଲି ଉକ୍ତିଭରେ ॥
ସେତୁ ବ୍ରତ ପ୍ରଭାବେ ମୋ ଟଳିଲା ଆସନ ।
ସଖୀସଙ୍ଗେଥିଲ ଯହିଁ ଗମିଲି ସେସ୍ଥାନ ॥
ପ୍ରସନ୍ନ ହେଲି ଗୋ ତୋରେ ମାଗୋ ବୋଲିବର ।
ଭାଷିଲି ଶୁଣି କହିଲି ତୁମ୍ଭେ ଯୋଡ଼ିକର ॥
ଭୋଦେବ ପ୍ରସନ୍ନ ଯେବେ ହେଲେ ହେ ଈଶାନ ।
କୃପାକରି ମୋରଭତ୍ତା ହୁଅନ୍ତୁ ଆପଣ ।
ତଥାସ୍ତୁ କହି ମୁଁ ଦେଇ ଗଲି କଇଳାସ ॥
ଏସନ ସମୟେ ନିଶା ହୋଇଲା ପ୍ରକାଶ ।
ନଦୀରେ ବିସର୍ଜିସବୁ ବନଜାତଫଳେ ।
ପାରଣା କରି ପାର୍ବତୀ ଶୋଇଲେ ବିହ୍ୱଳେ ॥
ତେଣେ ହିମାଳୟ ଦୁଃଖେ ନକରି ଭୋଜନ ।
ଚାରିଦିଗେ ଖୋଜି ବନେ କଲେ ଆଗମନ ।
ନଦୀକୂଳେ ଦୁଇ କନ୍ୟା ଶୋଇବା ଦେଖିଲେ ।
ଉଠାଇ କୋଳେ ବସାଇ କାନ୍ଦି ପଚାରିଲେ ॥
କିପାଇଁ ଗୋ ବତ୍ସେ ଏଥିକଲ ଆଗମନ ।
ସିଂହ ବ୍ୟାଘ୍ର ଗଜେ ଭୟଙ୍କର ଯେଉଁ ଜନ ।
ପାର୍ବତୀ କହନ୍ତି ତାତ ଶୁଣ ମୋର କଥା ।
ମୁଁ କରିଥିବା ପ୍ରତିଜ୍ଞା କିମ୍ପା କଲ ମିଥ୍ୟା ॥
ଶିବଙ୍କୁ ବିଭା ହେବାକୁ ଥିଲା ମୋର ମନ ।
ସତ୍ୟକଲ ବାସୁଦେବ ଦେବି କନ୍ୟାଦାନ ॥
ତେଣୁ ଜୀବନ ହାରିବି ସତ୍ୟ କରିଥିଲି ।
ପ୍ରିୟସଖୀ ପରାମର୍ଶେ ବନକୁ ଆସିଲି ॥
ହରିଙ୍କି ନଦେଇ ଶିବେ ଦେବା ସତ୍ୟ କଲେ ।
ଆନନ୍ଦେ ଘରକୁ ଯିବ ପାର୍ବତୀ ଭାଷିଲେ ॥
କଥା କହି ପିତା ନିଜପୁରେ ନେଇଗଲେ ।
କ୍ରମେ ମୋତେ ବିଭା ଦେଇ ସନ୍ତୋଷ ଲଭିଲେ ।
ବ୍ରତବଳେ ଅର୍ଦ୍ଧାସନ ମୋହର ପାଇଲା ।
ଅଧିକ କିସ କହିବି ଏଥିବ୍ରତ ଭଲା ॥
ସେହିଦିନୁ ଶୁଣ ଦେବୀ ଆଜି ହରିବାରେ ।
ବ୍ରତ ଖ୍ୟାତ ହେଲା ହରି ତାଲିକା ନାମରେ ॥
ପାର୍ବତୀ କହନ୍ତି ପ୍ରଭୁ କହିଲି ଯେ ନାମ ।
ପୁଣ୍ୟଫଳ କିବା କହ ପୂଜା ବିଧିକ୍ରମ ॥
କିଏ ଏହା କରିଥିଲା ପୂଜାକାଳେ ହର ।
ଶିବ କହନ୍ତି ବିଧାନ ଶୁଣ ରାମାବର ॥
ଭାଗ୍ୟକ୍ରମେ ନାରୀମାନେ ଏ ପୂଜା କରନ୍ତି ।
ମଣ୍ଡପ କଦଳୀ ସ୍ତମ୍ଭେ କରିଣ ମଣ୍ଡାନ୍ତି ॥
ଚାରିତୋରଣେ ଶୋଭିତ ବିବିଧ ବର୍ଣ୍ଣରେ ।
ପାଟବସ୍ତ୍ର ଆଚ୍ଛାଦିତ ମଣ୍ତପ ଉପରେ ।
ସୁଗନ୍ଧ ଚନ୍ଦନ ଲେପେ ମଣ୍ଡପ ଲିପାଇ ।
ଶଙ୍ଖାଦି ମୃଦଙ୍ଗ ବାଦ୍ୟସହ ଗୀତଗାଇ ।
ମଙ୍ଗଳ ସଙ୍ଗୀତ କରି ମଦୀୟ ମନ୍ଦିରେ ।
ସ୍ଥାପିଣ ଲିଙ୍ଗ ପୂଜିବ ପାର୍ବତୀ ଶଙ୍କରେ ॥
ଗନ୍ଧ ପୁଷ୍ପ ଧୂପ ଦୀପ ଫଳ ନିବେଦନ ।
ଶୁଦ୍ଧ ଚିତ୍ତେ ପୂଜାରେ ଏମନ୍ତ ଉଚ୍ଚାରିବ ॥
ସର୍ବମଙ୍ଗଳା ସହିତେ ଶିବଙ୍କୁ ପ୍ରଣାମ ।
ଶିବେ ସର୍ବଦାତ୍ରୀ ଶିବରୂପେ ନମୋ ନମୋଃ ॥
ଭବସାଗରେ ପଡ଼ି ମୁଁ କରୁଛି ଦଇନି ।
ଏ ମନ୍ତ୍ରେ ପୂଜିବ ଈଶ୍ୱର ପାର୍ବତୀ ।
ଭକ୍ତିରେ ଶୁଣିବ କଥା ହୋଇ ଏକମତି ॥
ପାଠକ ଦ୍ୱିଜକୁ ଦେବା ବହୁବିଧ ଦାନ ।
ଧନରତ୍ନ ଧେନୁ ସୁନା ଆବର ବସନ ॥
ସର୍ବ କାମପ୍ରଦ ବ୍ରତ କରେ ଯେଉଁ ନାରୀ ।
ନିଃସନ୍ଦେହେ ସାତ ଜନ୍ମେ ପାପ ହୋଏ ପାରି ॥
ତୃତୀୟାରେ ଯେଉଁ ନାରୀ ଆହାର କରଇ ।
ସାତଜନ୍ମଯାଏ ଦୁଃଖ ବୈଧବ୍ୟ ଲଭଇ ॥
ଦରିଦ୍ର ହତଭାଗିନୀ ଦୁଃଖ ପୁତ୍ର ଶୋକେ ।
ଉପବାସ ବିନା ନାରୀ ପଡ଼ଇ ନରକେ ॥
ଇହଲୋକେ ଘୋର କଷ୍ଟ ଲଭଇ କାମିନୀ ।
ନକର ସନ୍ଦେହ ଏଥି ସେ ମନ୍ଦ ଭାଗିନୀ ॥
ଧେନୁ ମୃତ୍ତିକା, ଭାଜନ ସୁନା ପତ୍ରମାନ ।
ବିପ୍ର ହୋଇ ଅନନ୍ତର କରିବା ପାଳନ ॥
ଏମନ୍ତ ବିଧାନେ ଯେଉଁ ନାରୀ କରେ ବ୍ରତ ।
ଲଭିବ ନିଶ୍ଚେ ମୋର ସମାନରେ କାନ୍ତ ॥
ବିନାଶ କାଳେ ସେ ନାରୀ ମୋର ରୂପ ପାଇ ।
ସମାନ ରୂପ ସଂଯୁଜ୍ୟ ମୁକତି ଲଭଇ ॥
ତୀଜପୂଜା କଥାଭାଷା ଗୀତ ସମାପନ ।
ସଦାଶିବ ଶ୍ରୀ ଚରଣେ ହୋଇ ସମର୍ପଣ ॥
No comments