ସାତ ଦିନ ଗଲା ନାହିଁ ଭରସା
ଲାଗି ରହିଅଛି ଝଡ଼ି ବରଷା ।
ଆହାର ପାଇଁ,
ଯାଇ ପାରି ନାହିଁ ବାଇଚଢେଇ ।l୧ll
ଦୁଇ ଛୁଆ ତା'ର ବସାରେ ଦୋଳି
ଭୋକ ଉପାସରେ କରିଲେ ଅଳି -
"ବୋଉ ଲୋ ବୋଉ !
ଖାଇବାକୁ ସତେ କିଆଁ ନ ଦେଉ ?" II9ll
କଅଁଳ ବିକଳ ମୁହଁକୁ ଚାହିଁ
ବୁଝାଇ କହିଲା ବାଇଚଢ଼େଇ
"ଅଥୟ ନୁହ,
ମେଘ ଯାଉ ଛାଡ଼ି ଟିକିଏ ରୁହ ।l୩ll
ମାଟି ତଳେ ଅଛି ପିମ୍ପୁଡ଼ି ମାମୁଁ
ରଖୁଅଛି ଖୁଦ ବହୁତ ଦିନୁ
ତୁମରି ଲାଗି,
ଖୁଦରୁ କିଛି ମୁଁ ଆଣିବି ମାଗି" Il୪Il
ବରଷା ଟିକିଏ ଗଲାରୁ ଛାଡ଼ି
ଖୁଦ ପାଇଁ ମାଆ ଗଲା ବାହାରି
ଡାକିଲା ଯାଇ,
"ଖୁଦ ଦିଅ ଅଛି କିଛି ପିମ୍ପୁଡ଼ି ଭାଇ।l୫ll
ସାତ ଦିନ ଗଲା, ନାହିଁ ଭରସା
ଲାଗି ରହିଅଛି ଝଡି ବରଷା
ପିଲାଏ ମୋର,
ଭୋକରେ ହେଲେଣି ଅଥୟ ବଡ଼"।l୬ll
ପିମ୍ପୁଡ଼ି କହିଲା, “ବାଇଚଢ଼େଇ
ତାଳ ଗଛେ ଥାଇ କରୁ ବଢ଼େଇ
ରଖୁନୁ ଘରେ,
ଖାଇବାକୁ ଦାନା ବରଷା-ଝଡ଼େ ।l୭ l|
ମୋର ଖୁଦତକ ନିଅଣ୍ଟ ମୋତେ
ବରଷା ଦିନରେ ଦେବି କେମନ୍ତେ
ନାହିଁରେ ନାହିଁ,
ଖୁଦ ମୁଁ ନ ଦେବି ବାଇଚଢ଼େଇ"।l୮ll
ଶୁଣି ମାଟି ତଳୁ ପିମ୍ପୁଡ଼ି କଥା
ଚଢ଼େଇ ମନରେ ପାଇଲା ବ୍ୟଥା
ଆସିଲା ଫେରି,
ଖୋଜିଲା ଆହାର ନ କରି ଡେରି ।l୯ll
ମନେ ମନେ ଭାବି ପିଲାଙ୍କ ଭୋକ
ଘାସ-ପତରରୁ ଖୋଜିଲା ପୋକ
ଥଣ୍ଟରେ ଧରି,
ପୋକ ଦୁଇ ଗୋଟି ଗଲା ସେ ଉଡ଼ି ll୧୦ll
ଛାଡ଼ିଗଲା ମେଘ ଆସିଲା ଶୀତ
ପକ୍ଷୀ ଛୁଆ ବଢ଼ି ଗାଇଲେ ଗୀତ
ବସାଟି ଦୋଳେ,
ଦୋଳୁଥାନ୍ତି ଛୁଆ ବସାର କୋଳେ ll୧୧ll
ନଈକୂଳେ ବରଗଛରେ ଯାଇ
ବସିଥୁଲା ଦିନେ ବାଇଚଢ଼େଇ
ଦେଖୁଲା ତଳେ, ।
ପିମ୍ପୁଡ଼ି ଭାସୁଛି ନଈର ଜଳେ ।l୧୨ll
ଚଢ଼େଇ କହିଲା, "ପିମ୍ପୁଡ଼ି ଭାଇ
ଥୟ ଧର ଟିକେ, ଡରିବ ନାହିଁ
ନିଅ ପତର,
ଉଠି ବସି ରଖ ପ୍ରାଣ ତୁମର" ।l୧୩ll
ଶୁଖୁଲା ପତର ଥଣ୍ଟରେ ଧରି
ପକାଇଲା ଜଳେ ଚଞ୍ଚଳ କରି
ନଈର ଜଳେ,
ପତରର ଡଙ୍ଗା ପବନେ ଚଳେ ll୧୪ll
ଡଙ୍ଗାରେ ବସିଲା ପିମ୍ପୁଡ଼ି ଯାଇ
ଖୁସିରେ କହିଲା, "ବାଇଚଢେଇ!
ରଖୁ ପ୍ରାଣ,
ତୋ' ଲାଗି ପାଇଲି ନୂଆ ଜୀବନ ll୧୫ll
କହିବି କି ଆଉ ଲାଜର କଥା !
ଭାବିଲେ ମନରେ ଲାଗଇ ବ୍ୟଥା
ବରଷା ଦିନେ,
ଦେଇ ନାହିଁ ଖୁଦ ପଡୁଛି ମନେ" ll୧୬ll
Subscribe to:
Post Comments
(
Atom
)
About Shubhapallaba
Shubhapallaba, an online Odia Magazine publishing quarterly since January 2018. The main aim of Shubhaplallba is to increase the reader and improve all the writeups in different languages.
No comments